ଦ୍ଵିତୀୟ ଥର ମାଆ ହେବେ ଇଲିଆନା, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ଗୁଡନ୍ୟୁଜ୍

Published By : Prameya-News7 Bureau | February 17, 2025 IST

ମୁମ୍ଵାଇ ୧୭।୦୨; ବଲିଉଡ୍‌ ଅଭିନେତ୍ରୀ ଇଲିଆନା ଡି'କ୍ରୁଜ୍ । ସେ ଏବେ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତ୍ରୀ ଜଣକ ପ୍ରଶଂସକମାନଙ୍କୁ ଖୁସିଖବର ଦେଇଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ନାକ୍ସର ଏକ ପ୍ୟାକେଟର ଫଟୋ ପୋଷ୍ଟ କରିଛନ୍ତି । ତଳେ ସେ ଗର୍ଭବତୀ ଅଛନ୍ତି ବୋଲି ଲେଖିଛନ୍ତି । 

ନିକଟରେ ଇଲିଆନା ଡି'କ୍ରୁଜଙ୍କ ଏକ ରିଲ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ତାଙ୍କ ସ୍ୱାମୀ ମାଇକେଲ୍ ଡୋଲାନ୍ ଏବଂ ପୁଅ କୋଆ ଫୋନିକ୍ସ ଡୋଲାନ୍ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକର ଝଲକ ଦେଖାଯାଇଥିଲ । ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ଆପଣ ପୁଣି ଥରେ ଗର୍ଭବତୀ ଅଛନ୍ତି କି ? କେହି ଜଣେ ପଚାରିଲେ, "ଦ୍ୱିତୀୟ ଶିଶୁ ୨୦୨୫ରେ ଆସୁଛି କି?" ପ୍ରଶଂସକମାନେ ତାଙ୍କ ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

କହିବାକୁ ଗଲେ ଯେ ଅଗଷ୍ଟ ୨୦୨୩ରେ ଇଲିଆନା ତାଙ୍କର ପ୍ରଥମ ପୁଅ କୋଆଙ୍କୁ ଜନ୍ନ ଦେଇଥିଲେ । ସେ ଇନଷ୍ଟାଗ୍ରାମରେ ପୁଅର ପ୍ରଥମ ଜନ୍ମଦିନର ଫଟୋ ମଧ୍ୟ ସେୟାର କରିଥିଲେ। ଯାହା ଖୁବ୍‌ ଭାଇରାଲ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.